ଉତ୍ତମ ମହାନ୍ତି: ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଅଦ୍ୱିତୀୟ ଧ୍ରୁବତାରା

images

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ଅନନ୍ୟ ଅଭିନେତା ଥିଲେ ଉତ୍ତମ ମହାନ୍ତି। ତାଙ୍କ ଅକାଳ ବିୟୋଗରେ କେବଳ ଓଲିଉଡ୍ ନୁହେଁ, ସମଗ୍ର ଓଡ଼ିଶା ଏବଂ ଦେଶର ମନୋରଞ୍ଜନ ଜଗତ ଏକ ଅପୂରଣୀୟ ଶୂନ୍ୟସ୍ଥାନ ଅନୁଭବ କରୁଛି। ୬୬ ବର୍ଷ ବୟସରେ ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀର ମେଦାନ୍ତା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ନେଇଛନ୍ତି

ତାଙ୍କ ପାର୍ଥିବ ଶରୀର ଏବେ ଭୁବନେଶ୍ୱର ଆସୁଛି ଏବଂ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ। ଏହି ଖବର ଶୁଣି ଓଡ଼ିଆ ସିନେମା ଜଗତ, ରସିକ ଦର୍ଶକମାନେ, ଓ ତାଙ୍କ ଅନୁଗାମୀମାନେ ଗଭୀର ଶୋକରେ ଡୁବିଯାଇଛନ୍ତି। ତାଙ୍କ ସ୍ତ୍ରୀ ଅପରାଜିତା ମହାନ୍ତି ଓ ପୁଅ ବାବୁସାନ୍ ମଧ୍ୟ ଏହି ଦୁଃଖଦ ଘଟଣାରେ ଏକ ବଡ଼ ଅପୂରଣୀୟ ହାନି ଅନୁଭବ କରୁଛନ୍ତି।

ଉତ୍ତମ ମହାନ୍ତିଙ୍କ ଜନ୍ମ ୧୯୫୮ରେ ବାରିପଦାରେ ହୋଇଥିଲା। ମାଟ୍ରିକ ପଢ଼ିବା ପରେ ସେ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ ବିଜ୍ଞାନ ନିଆଇ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ। ପ୍ରଥମେ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପଢ଼ିବା ନିମନ୍ତେ ଲୁଧିଆନା ଗଲେ ମଧ୍ୟ, ତାଙ୍କ ମନ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲା। ଏହି ଭଲପାଇବା ୧୯୭୭ରେ “ଅଭିମାନ” ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କୁ ଓଲିଉଡ୍‌ରେ ପ୍ରବେଶ କରିଥିଲା।

ସେ ୧୫୦ରୁ ଅଧିକ ଓଡ଼ିଆ ଏବଂ ୩୦ଟି ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ଥାନ କରିନେଇଥିଲେ। “ଫୁଲଚନ୍ଦନ”, “ଝିଅଟି ସୀତା ପରି”, “ଦଣ୍ଡାବାଳୁଙ୍ଗା”, “ନିଝୁମ୍ ରାତିର ସାଥୀ”, “ପଣତ କାନି” ଓ “ଉତ୍ତରଦାୟୀ” ଭଳି ଚଳଚ୍ଚିତ୍ର ଏବଂ ଧାରାବାହିକ ତାଙ୍କୁ ଓଡ଼ିଶାର ଅନନ୍ୟ ଅଭିନେତା ଭାବେ ପ୍ରତିଷ୍ଠିତ କରିଥିଲା।

୧୯୯୯ରେ ଉତ୍ତମ ମହାନ୍ତିଙ୍କୁ “ଜୟଦେବ ପୁରସ୍କାର” ଦ୍ୱାରା ସମ୍ମାନିତ କରାଯାଇଥିଲା। ୨୦୧୨ରେ “ଓଡ଼ିଶା ଲିଭିଂ ଲିଜେଣ୍ଡ” ଅଓର୍ଡ୍ ଏବଂ ଅନେକ ଥର ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ସେ ପାଇଥିଲେ।

ଶେଷ ବିଦାୟ: ଏକ ଅମର ଅଭିନେତା

ଉତ୍ତମଙ୍କ ଚଳଚ୍ଚିତ୍ର ଏବଂ ଅଭିନୟ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସର୍ବଦା ଅମର ରହିବ। ତାଙ୍କ ଅବଦାନ ଓଲିଉଡ୍ ଜଗତରେ ଅପୂରଣୀୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ଓଡ଼ିଆ ସିନେ ଜଗତର ଧ୍ରୁବତାରା” ଭାବେ ଉତ୍ତମଙ୍କୁ ଅଭିହିତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ଉତ୍ତମଙ୍କ ବିୟୋଗ କେବଳ ଗୋଟିଏ ଅଭିନେତାଙ୍କ ହାନି ନୁହେଁ, ଏକ ଯୁଗର ସମାପ୍ତି। ସେ ଅପରିବର୍ତ୍ତନୀୟ ଏବଂ ତାଙ୍କ ନାମ ଓଡ଼ିଶାର ଏତିହାସିକ ମନୋରଞ୍ଜନ ଯୁଗରେ ସର୍ବଦା ଜୀବନ୍ତ ରହିବଜୟ ଜଗନ୍ନାଥ!

Leave a Reply

Your email address will not be published. Required fields are marked *