ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ
ପୁରୀ, ଏପ୍ରିଲ ୦୪, ୨୦୨୫ – ଶ୍ରୀମନ୍ଦିରରେ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ଗଠନ କରୁଛନ୍ତି। ଏହାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ୫ ପର୍ଯ୍ୟାୟରେ ୧୭୨ ଅଫିସର, ୧୪୯୯ ସିପାହୀ ଓ ହାବିଲଦାରଙ୍କୁ ଚୟନ କରାଯିବ। ଗୃହ ବିଭାଗର ବିଜ୍ଞପ୍ତି ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ଏପ୍ରିଲ ୯ ତାରିଖ ଯାଏ ଚାଲିବ।
ସଶସ୍ତ୍ର ପୋଲିସ ବାଟାଲିୟନର ଅଭିଜ୍ଞ କର୍ମଚାରୀଙ୍କୁ ୩ ବର୍ଷ ପାଇଁ ଡେପୁଟେସନ୍ରେ ନିଯୁକ୍ତ କରାଯିବ। ଏହି ବାହିନୀ ବ୍ୟାରିକେଡିଂ ଠାରୁ ଆରମ୍ଭ କରି ନୀତି ଅନୁଯାୟୀ ଦର୍ଶନ ଶୃଙ୍ଖଳା ଓ ସୁରକ୍ଷା ପାଇଁ କାର୍ଯ୍ୟ କରିବେ। ପ୍ରତିଦିନ ଶ୍ରୀମନ୍ଦିରରେ ବଢୁଥିବା ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି, ଯାହା ଦର୍ଶନ ବ୍ୟବସ୍ଥାକୁ ସୁପରିଚାଳିତ ଓ ନିରାପଦ କରିବ।
