ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନୂଆପଡ଼ା ଗସ୍ତ

mohan majhi

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପ୍ରଥମ ଥର ପାଇଁ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି। ଅପରାହ୍ନରେ ସ୍ଵତନ୍ତ୍ର ବିମାନ ଯୋଗେ ସେ ଗୋତମା ଏୟାରଷ୍ଟ୍ରିପରେ ପହଞ୍ଚିବେ। ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ।

ପରେ ସେ ନୂଆପଡ଼ା ସହରର ଗାୟତ୍ରୀ ମନ୍ଦିରଠାରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ଯାଇ ମିନି ଷ୍ଟାଡିୟମରେ ଚାଲିଥିବା ମାରାଗୁଡ଼ା ଲୋକ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ୧୨ ବର୍ଷ ପରେ ପୁନର୍ବାର ଆରମ୍ଭ ହୋଇଥିବା ଏହି ମହୋତ୍ସବକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ରାତ୍ରିରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ସର୍କିଟ ହାଉସରେ ରହିବେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସାରିଦିଆଯାଇଛି ଏବଂ ସୁରକ୍ଷା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *