ଶୀତଦିନରେ ଖାଆନ୍ତୁ ସୋୟାବିନ୍ ଚିଲ୍ଲୀ, ଜାଣିବେ ମଜା କିନ୍ତୁ କରିବେ କେମିତି ପ୍ରସ୍ତୁତ ଶିଖନ୍ତୁ!
ସୋୟାବିନ୍ ଚିଲ୍ଲୀ କରିବେ କେମିତି ପ୍ରସ୍ତୁତ ଶିଖନ୍ତୁ!
ଆବଶ୍ୟକ ସାମଗ୍ରୀ-
କିଛି ପରିମାଣରେ ସୋୟାବିନ୍, ରଶୁଣ-୫/୬କୋଲା, ଅଦା-୧ଇଞ୍ଚ୍, ପିଆଜ-୨ଟା, କର୍ନଫ୍ଲୋର-୨ଚାମଚ, ଦହି-୨ଚାମଚ, କାପ୍ସିକମ୍-୧ଟା, ଟମାଟୋ ସସ୍-୨ଚାମଚ, ଚିଲ୍ଲୀ ସସ୍-୨ଚାମଚ,ସୋୟା ସସ୍-୨ଚାମଚ, ଆବଶ୍ୟକ ପରିମାଣରେ ଲୁଣ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଧଣିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ
ପ୍ରସ୍ତୁତି-ପ୍ରଥମେ ସୋୟାବିନ କିଛି ନେଇ ଗରମ ପାଣିରେ ୫ମିନିଟ୍ ଯାଏ ଭିଜେଇ ରଖନ୍ତୁ। ପରେ ଏହାକୁ ଭଲଭାବରେ ଚିପୁଡ଼ି, ଏଥିରେ ଆବଶ୍ୟକ ପରିମାଣରେ ଲୁଣ, ଲଙ୍କାଗୁଣ୍ଡ ଦେଇ ଗୋଳେଇ ଦିଅନ୍ତୁ। ପରେ ଦୁଇଚାମଚ କର୍ନଫ୍ଲୋର ଓ ଦୁଇଚାମଚ ଦହି ମିଶାଇ ମ୍ୟାରିନେଟ୍ କରିଦିଅନ୍ତୁ। ଏହାକୁ ଦଶ ମିନିଟ୍ ପର୍ଯ୍ୟନ୍ତ ଘୋଡ଼େଇ ରଖିଦିଅନ୍ତୁ। ତେଲ କଡ଼ାଇ ବସାଇ ତେଲକୁ ଗରମ କରନ୍ତୁ। ମ୍ୟାରିନେଟ୍ ସୋୟାକୁ ଗୋଲଡେନ୍ କଲର ହେବା ଯାଏ ଭାଜି ଦିଅନ୍ତୁ ଅବା ଛାଣି ଦିଅନ୍ତୁ। ଏହାକୁ ଆଉ ଗୋଟେ ପାତ୍ରକୁ କାଢ଼ି କଡ଼ାଇରେ ଆଉ କିଛି ତେଲ ଦେଇ ବଡ଼ ବଡ଼ ଖଣ୍ଡ କରି କଟାଯାଇଥିବା ପିଆଜକୁ ପକାନ୍ତୁ, ଏହା ସହିତ ଗ୍ରାଇଣ୍ଡିଂ ରଶୁଣ ଓ ଅଦା ପକାଇବା ସହିତ କାପ୍ସିକମ୍ ପକାନ୍ତୁ। ଏହାକୁ କିଛି ସମୟ ପାଇଁ ଭାଜନ୍ତୁ। ଏହା ଟିକେ ନାଲି ପଡ଼ିଆସିଲେ, ଜିରା, ଧଣିଆ ଓ ଗୋଲମରିଚ ଗୁଣ୍ଡ ଅଳ୍ପ ପକାଇ ଦେଇ ଭଜା ଯାଇଥିବା ସୋୟାବିନକୁ ପକାନ୍ତୁ। ଅଳ୍ପ ସମୟ ଭାଜିବା ପରେ ଦୁଇ ଚାମଚ ଲେଖାଏଁ ସୋୟା, ଟମାଟୋ ଓ ଚିଲ୍ଲୀ ସସ୍ ପକାନ୍ତୁ। ଏହାକୁ ଭଲଭାବରେ ଗୋଳେଇ କଡ଼ାଇରେ ଢ଼ାଙ୍କୁଣି ଦେଇ ପାଞ୍ଚ ମିନିଟ୍ ପାଇଁ ଛାଡ଼ିଦିଅନ୍ତୁ। ଏହା ପରେ ସୋୟା ଚିଲ୍ଲୀ ପ୍ରସ୍ତୁତ। ପରଷି ଦିଅନ୍ତୁ।
