ଭୁବନେଶ୍ବରରେ ଡବଲ ଏନ୍‌କାଉଣ୍ଟର…

image
  • ବିହାରର ୨ ଛିନ୍‌ତାଇ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର
  • ବାଙ୍କୁଆଳ ନଈପଠାରେ ପୋଲିସର ଏନ୍‌କାଉଣ୍ଟର
  • ଗୋଟିଏ ବନ୍ଧୁକ ଓ ୨ଟି ବାଇକ୍‌ ଜବତ କଲା ପୋଲିସ
  • ୨ ବିହାରୀ ଅଭିଯୁକ୍ତ- ସୋନୁ ଯାଦବ ଓ ମନୀଷ ଯାଦବ

ଗୁରୁବାର ରାତିରେ କମିସନରେଟ୍‌ ପୁଲିସର ବନ୍ଧୁକ ପୁଣି ଗର୍ଜିଛି। ବଡ଼ଗଡ଼ ଥାନା ପୁଲିସ ଓ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ମିଳିତ ଭାବେ ବିହାର କଟିହାର ଅଞ୍ଚଳର ଖୋରା ଗ୍ୟାଙ୍ଗ୍‌ର ଦୁଇ କୁଖ୍ୟାତ ଲୁଟେରା ମନୀଷ ଯାଦବ (୨୮) ଓ ସୋନୁ ଯାଦବ (୨୭)ଙ୍କୁ ଏନ୍‌କାଉଣ୍ଟର୍‌ କରିଛି। ଉଭୟ ପକ୍ଷ ମଧ୍ୟରେ ୭ ରାଉଣ୍ଡ୍‌ ଗୁଳି ବିନିମୟ ହୋଇଥିବା ବେଳେ ପୁଲିସ ୨ଟି ମାଉଜର୍‌ (୯ ଏମ୍‌ଏମ୍‌ ଓ ୭.୬୫ ଏମ୍‌ଏମ୍‌) ଓ କିଛି ଗୁଳି ଜବତ କରିଛି।ଏହି ଦୁଇ ଲୁଟେରା ଗତ ୨୦ ତାରିଖରେ ରାଜଧାନୀରେ ୬ଟି ଚେନ୍‌ ଛିନ୍‌ତାଇ କରିଥିଲେ। କଳା ପଲସର୍‌ରେ ଲୁଟ୍‌ କରି ସେମାନେ ପଳାଇଯାଉଥିଲେ। ପୁଲିସ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ଚିହ୍ନଟ କରିଥିଲା ଏବଂ ଗତକାଲି ରାତିରେ ଟଙ୍କପାଣି ବ୍ରିଜ୍‌ ନିକଟରେ ଠାବ କରିଥିଲା। ପଳାଇବା ଉଦ୍ୟମରେ ସେମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ, କିନ୍ତୁ ପାଲଟା ଗୁଳିମାଡ଼ରେ ଉଭୟ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଏହାକୁ ମିଶାଇ ଗତ ୩ ମାସରେ କମିସନରେଟ୍‌ ପୁଲିସ ତିନିଥର ଏନ୍‌କାଉଣ୍ଟର୍‌ କରି ୪ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଆହତ କରିଛି।

Leave a Reply

Your email address will not be published. Required fields are marked *