ପୁଣି ଭୂକମ୍ପରେ ଥରିଲା ଆସାମ !

eathhhh

ଗୁଆହାଟୀ – ଆଜି ମଧ୍ୟରାତିରେ ଆସାମ ମୋରିଗାଓଁରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ମାପ କରାଯାଇଛି। ଭୂକମ୍ପ ଗତ ରାତି ୨ଟା ୨୫ ମିନିଟ’ରେ ଲୋକମାନେ ଅନୁଭୂତ କରିଥିଲେ। ଏହା ମଧ୍ୟମ ଧରଣର ଭୂକମ୍ପ ବୋଲି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ସୂଚନା ଦେଇଛି

ଭୂକମ୍ପ ମାତ୍ର ଆସାମରେ ନୁହେଁ, ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଛି। ଗୌହାଟୀ, ସିଲଂ, ଆସାମର ବିଭିନ୍ନ ଅଞ୍ଚଳ, ବାଂଲାଦେଶ, ଭୂଟାନ ଏବଂ ଚୀନରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଛି। ନିଶ୍ଚିତ କେନ୍ଦ୍ରସ୍ଥଳ ସନ୍ଦର୍ଭରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ବିଳମ୍ବିତ ରାତିରେ ହଠାତ୍ ଭୂମିକମ୍ପ ଆସିବା ଫଳରେ ଲୋକମାନେ ଘର ଛାଡି ମାଇଦାନକୁ ଚାଲିଗଲେ। ତେବେ, ଏପର୍ଯ୍ୟନ୍ତ କୌଣସି ମହତ୍ତ୍ଵପୂର୍ଣ୍ଣ କ୍ଷୟକ୍ଷତିର ସୂଚନା ମିଳିନାହିଁ

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଏହି ଭୂମିକମ୍ପର ଗଭୀରତା ୧୬ କିଲୋମିଟର ଥିଲା। ଗତ ୨୫ ତାରିଖରେ ଓଡ଼ିଶାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ବଙ୍ଗୋପସାଗରରେ ଥିଲା ଏବଂ ତୀବ୍ରତା ୫.୧ ଥିଲା। ଏଥିପାଇଁ ଭୁବନେଶ୍ୱର, ବାଲେଶ୍ୱର, ବାରିପଦା ଏବଂ ପାରାଦୀପରେ ଏହି ଝଟକା ଅନୁଭୂତ ହୋଇଥିଲା।

ଜାନୁଆରୀରେ ମଧ୍ୟ ଏକ ୪.୮ ତୀବ୍ରତାର ଭୂକମ୍ପ ମିଆଁମାରରେ ହୋଇଥିଲା, ଯାହା ୧୦୬ କିଲୋମିଟର ଗଭୀରତାରେ ରହିଥିଲା।

Leave a Reply

Your email address will not be published. Required fields are marked *